ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର

''ଗୋଟିଏ ମନୁଷ୍ୟ ପାଇଁ ମୁଁ ଗୋଟିଏ ସାମ୍ରାଜ୍ୟ ମଧ୍ୟ ଛାଡ଼ି ଦେଇପାରେ ।''
''ପର ଉପକାର ଆଉ ମୋ' ଦ୍ୱାରା ହେଲାନି, ଦୁନିଆରେ ଯେ କାହାକୁ ପର ବୋଲି ଖୋଜି ପାଇଲି ନାହିଁ । ''
''ଆୟ ମୋର ମଣିଷ (ବ୍ୟକ୍ତି ଅର୍ଥରେ); ବ୍ୟୟ ମୋର ଭଲ ପାଇବା । ''

ଜୀବନର ନାନା ସମୟରେ ଯେଉଁ ମଣିଷର ଶ୍ରୀମୁଖରୁ ଏପରି ସବୁ ଦରଦୀ କଥାଗୁଡିକ ନିଃଶୃତ ହୋଇଥିଲା , ସେ ଆଉ କେହି ନୁହନ୍ତି, ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ।

ଇଂରାଜୀ ୧୮୮୮ ସାଲର ୧୪ ସେପ୍ଟେମ୍ବର, ଶୁକ୍ରବାର , ମନମୋହିନୀଦେବୀଙ୍କର କୋଳକୁ ଆଲୋକିତ କରି ଧରାରେ ଅବତୀର୍ଣ୍ଣ ହୋଇ ଥିଲେ ଏହି ମାନବ ଦରଦୀ ମହାମାନବ । ଅଧୁନା ବଙ୍ଗଲାଦେଶର ପାବନ ଜିଲ୍ଲାର ହିମାୟିତପୁର ଗ୍ରାମରେ । ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଥିଲେ ସତ ଏବଂ କର୍ତ୍ତବ୍ୟପରାୟଣ ମନୁଷ୍ୟ , ଆଉ ମଧ୍ୟ ଜଣେ ବିରାଟ ହୃଦୟର ଅଧିକାରୀ । ମାତା ମନମୋହିନୀ ଥିଲେ ଧର୍ମପ୍ରାଣା ଓ ମମତାମୟୀ । ସୁଖରେ ଦୁଃଖରେ ସେ ଥିଲେ ଗ୍ରାମର ଲୋକମାନଙ୍କର ପରମ ଆଶ୍ରୟସ୍ଥଳ । ସ୍ୱୟଂ ମହାତ୍ମା ଗାନ୍ଧୀଜୀ ମଧ୍ୟ ତାଙ୍କର ଅଭିନବ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇଥିଲେ । ଅନ୍ନ-ପ୍ରାଶାନ ସମୟରେ ଚାରି ଧାଡ଼ିର ଗୋଟିଏ କବିତା ଲେଖି ମାତା ମନମୋହନୀ ଦେବୀ ତାଙ୍କର ପ୍ରଥମ ଶିଶୁର ନାମ ରଖିଥଲେ "ଅନୁକୂଳ"। (କବିତାର ପ୍ରତ୍ୟେକ ପଂକ୍ତିର ପ୍ରଥମ ଅକ୍ଷର ଗୁଡିକ ଯୋଡିଦେଲେ ହୋଇଯାଏ ଅନୁକୂଳ) ।

ଅନୁକୂଳ ଚନ୍ଦ୍ରଙ୍କର ବୟସ ବଢ଼ିବାର ସଙ୍ଗେ ସଙ୍ଗେ ତାଙ୍କର ଦୁଷ୍ଟାମି ମଧ୍ୟ ବଢ଼ିବାରେ ଲାଗିଥାଏ । କିନ୍ତୁ ସେ ଯେତେ ହିଁ ଦୁଷ୍ଟ ହୁଅନ୍ତୁନା କାହିଁକି, ମାଁ ଙ୍କ ପ୍ରତି ତାଙ୍କର ଭଲପାଇବା ଥିଲା ଅଦ୍ୟମ । ମାଆଙ୍କୁ ଖୁସୀ କରିବା ହିଁ ଯେପରି ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ । ଦିନେ ତାଙ୍କର ଦୁଷ୍ଟାମି ପାଇଁ ମା' ଗୋଟିଏ ବାଡି ନେଇ ଅନୁକୂଳଚନ୍ଦ୍ରଙ୍କୁ ମାରିବାକୁ ଗୋଡ଼ାଇଲେ । ଅନୁକୂଳଚନ୍ଦ୍ରଙ୍କୁ, ମା କୌଣସି ମତେ ଧରିପାରୁ ନାହାନ୍ତି । ମାଆଙ୍କର ସର୍ବାଙ୍ଗ ଦେଇ ଝାଳ ବୋହି ପଡୁଛି । ମୁହଁ-ଆଖି ସବୁ ଲାଲ ହୋଇଯାଇଛି । ପଛକୁ ଚାହିଁ ମାଆଙ୍କର ଏହି ଅବସ୍ଥା ଦେଖି ଅନୁକୂଳଚନ୍ଦ୍ର ଭୀଷଣ କଷ୍ଟ ପାଇଲେ । ସେ ଆଉ ଦୈାଡି ପାରିଲେ ନାହିଁ । ମାଆଙ୍କର ପଖରେ ନିଜକୁ ଧରାଦେଲେ ।

Post a Comment

0 Comments