About Satyanusaran

ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଅନ୍ୟତମ ପ୍ରିୟଭକ୍ତ ଅତୁଳଚନ୍ଦ୍ର ଭଟାଚାର୍ଯ୍ୟଙ୍କ ପାବନାରୁ ଅନ୍ୟତ୍ର ବଦଳି ହୋଇଯାଇଥାନ୍ତି । ବିରହ-ବିଛେଦକାତର ଭକ୍ତ ପ୍ରେମାଶ୍ରୁ ବିସର୍ଜନ ପୂର୍ବକ ପ୍ରାର୍ଥନା କଲେ- ନିରନ୍ତର ଦିବ୍ୟ ଭାବଧାରାରେ ଅନୁପ୍ରାଣିତ ହୋଇ ରହିବା ଭଳି ଶ୍ରୀହସ୍ତଲିଖିତ ଅମୃତ ନିର୍ଦ୍ଦେଶ ।

ବଙ୍ଗଳା ୧୩୧୬ ସାଲରେ ବାଇଶି-ବର୍ଷ ବୟସରେ ଶ୍ରୀଶ୍ରୀ ଠାକୁର ଏକ ରାତ୍ରିରେ ଲିପିବଦ୍ଧ କରିଦେଲେ ତାଙ୍କର ଅମୃତ-ନିଷ୍ୟନ୍ଦୀ ସ୍ବତଃ-ଉତ୍ସାରିତ ବାଣୀ ।

ଭକ୍ତର ପ୍ରାର୍ଥନା ଓହ୍ଲାଇ ଆଣିଲା ପୃଥିବୀ ପୁଷ୍ଠରେ ମନ୍ଦାକିନୀର ପୁଣ୍ୟଧାରା ଯାହାକି ସଂଜୀବିତ କରି ରଖିବ ତାଙ୍କୁ ଏବଂ ଯୁଗ ଯୁଗ ଧରି ପ୍ରତ୍ୟେକଟି ମଣିଷକୁ ।

ବଙ୍ଗଳା ୧୩୨୫ ସାଲରୁ ମୁଦ୍ରିତ ହୋଇ "ସତ୍ୟାନୁସରଣ" ବହନ କରି ଚାଲିଛି ସେହି ଶାଶ୍ୱତ ମହାବାଣୀ ।

ଏହି ଓଡିଆ ସଂସ୍କରଣ ମୂଳ ବଙ୍ଗଳା ପୁସ୍ତକର ଅନୁବାଦ ମାତ୍ର ।

ପରବର୍ତୀ କାଳରେ ସତ୍ୟାନୁସରଣର ଗୋଟିଏ କପି କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କୁ ଦିଆଯିବାରୁ ବିସ୍ମୟ ହତ୍ ବାକ୍ ହୋଇ ଭାବନ୍ତି, ମୋଟ ୨୨ ବର୍ଷର ବୟସରେ କାହା ପକ୍ଷରେ ଏପରି ବହି ଲେଖିବା କିପରି ସମ୍ଭବ ?

Post a Comment

2 Comments