ଶୁଭ ପରିଣୟ

|| ଶୁଭ ପରିଣୟ ||

ସନ ୧୩୧୩ ସାଲର ଶ୍ରାବଣ ମାସ ୨୮ ତାରିଖରେ ତାଙ୍କର ଶୁଭବିବାହ ହେଲା ।

ଏହିଠାରେ ନିମନ୍ତ୍ରଣପତ୍ରର ଅନୁଲିପି ସନ୍ନିବେଶିତ ହେଲା ।

  ଓଁ ନମଃ ପ୍ରଜାପତୟେ

ବର୍ତ୍ତମାନ ମାସର ୨୮ ତାରିଖ ସୋମବାର ମୋର ଦୌହିତ୍ର ଶ୍ରୀମାନ୍ ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ଶୁଭବିବାହ ଧୋପାଦହ ନିବାସୀ  ଶ୍ରୀଯୁକ୍ତ ରାମଗୋପାଳ ଭଟ୍ଟାଚାର୍ଯ୍ୟ ମହାଶୟଙ୍କର କନ୍ୟା ଶ୍ରୀମତୀ ଷୋଡ଼ଶୀବାଳା  ଦେବୀଙ୍କ ସହିତ ହିମାଇତପୁର ମୁକାମରେ ଅନୁଷ୍ଠିତ ହେବ ।  ପତ୍ର ଦ୍ବାରା  ନିମନ୍ତ୍ରଣ କଲି ।  ନିବେଦନ ଏହିକି ଯେ, ମହାଶୟ ସବାନ୍ଧବେ ମୋର ହିମାଇତପୁର ବାସସ୍ଥଳୀରେ ଆଗମନ ପୂର୍ବକ ଶୁଭକିର୍ଯ୍ୟ ସୈାଷ୍ଠବାଦି କରି  ବାଧିତ  କରିବେ ।


ହିମାଇତପୁର

ଶ୍ରାବଣ ଦି ୨୦ନ, ୧୩୧୩.

             ଇତି

    ଶ୍ରୀ କୃଷ୍ଣସୁନ୍ଦରୀ ଦେବ୍ୟା

ଏହି ସମୟରେ ସେ ପାବନା ଉଚ୍ଚ ଇଂରାଜୀ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ।  ଏହାପରେ ସେ ଢାକାର କୈାଣସି ଏକ ବିଦ୍ୟାଳୟରେ ଅଳ୍ପ କିଛିକାଳ ଏବଂ କିଛିଦିନ ନୈହାଟୀ ଉଚ୍ଚ-ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ବିବାହ ପରେ ଏବଂ ଏହିସବୁ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ସେ କଲିକତାର ନ୍ୟାଶନାଲ୍ ମେଡିକାଲ ସ୍କୁଲରେ ଅଧ୍ୟୟନ କରିଥିଲେ ।

ବିବାହ ସମୟରେ ତାଙ୍କର ବୟସ ୧୭ ବର୍ଷ ହୋଇଥିଲା ।  ୧୩୧୮ ସାଲରେ ତାଙ୍କର ପ୍ରଥମ ପୁତ୍ରର  ଜନ୍ମ ହୁଏ, ତାହାର ନାମ ଅମରେନ୍ଦ୍ର ।  ଏହାର ଦୁଇବର୍ଷ ପରେ ଦ୍ଵିତୀୟ ପୁତ୍ର ବିବେକରଞ୍ଜନ ଜନ୍ମ ଗ୍ରହଣ କରିଥିଲେ ।

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର (ପୃଷ୍ଠା-୩୬)

Post a Comment

0 Comments