ଅଭ୍ୟସ୍ତ ସଂସ୍କାର .. ସଦାଚାର

ଅଭ୍ୟସ୍ତ ସଂସ୍କାର .. ସଦାଚାର !!

ସୂକ୍ଷ୍ମ ଭାବେ ଚିନ୍ତା କରନ୍ତୁ ଆମେ ସଦାଚାର କାହାକୁ ବୁଝିବା..
ଶ୍ରୀଶ୍ରୀ ଠାକୁର କହିଛନ୍ତି :- ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ମଙ୍ଗଳ ରହିଥାଏ । ଏଠାରେ କିଛି ଅଭ୍ୟସ୍ତ ସଂସ୍କାର ଯାହା ଦେଖିଛି ସ୍ମରଣ କରି ଉପସ୍ଥାପନା କରୁଛି ।

୦୧- ସୂର୍ଯ୍ୟୋଦୟ ପୂର୍ବରୁ ନ ଉଠିବା !
୦୨- ଦାନ୍ତ ନଘଷି ଚା' ପିଇବା !
୦୩- କିଛି ନ ଖାଇ ଚା' ପିଇବା !
୦୪- ଗୋଟିଏ ପ୍ଲେଟରେ ବିସ୍କୁଟ ଫଳ ଜଳଖିଆ ଆଣି ଏକାଧିକ ବ୍ୟକ୍ତି ଏକତ୍ର ଖାଇବା !
୦୫- ଜଣେ ସଦସ୍ୟଙ୍କ ପ୍ଲେଟରେ ଅନ୍ୟ ଜଣେ ଖାଇନେବା !
୦୬- ଗୋଟିଏ ବୋତଲରେ ଅନେକେ ପାଣି ପିଇବା !
୦୭- ନିଜ ସଦାଚାର ବୋତଲ ଅନ୍ୟକୁ ବ୍ୟବହାର କରିବା ପାଇଁ ଦେବା !
୦୮- ସଦାଚାର ବୋତଲ ପାଣିରେ ଚା' ପିଇବା ପରେ ହାତ ପାଟି ଧୋଇବା !
୦୯- ଶୁଖିଲା ବିସ୍କୁଟ ଖାଇ, ଚୋପା ଧରି ପାଚିଲା କଦଳୀ ଖାଇ ବା ଫଳ ଖାଇ ହାତ ପାଟି ନ ଧୋଇବା ବା ସାମାନ୍ୟ ପାଣି ଟିପରେ ଛୁଆଁଇ ଦେବା !
୧୦- ଗୋଟିଏ ପେଷ୍ଟରୁ ସମସ୍ତେ ନିଜ ଦାନ୍ତଘଷା ବ୍ରସ୍ ଲଗାଇ ପେଷ୍ଟ ନେଇ ଦାନ୍ତ ଘସିବା !
୧୧- ଅନ୍ୟର ଗାମୁଛା ବ୍ୟବହାର କରିବା !
୧୨- ଅନ୍ୟର ତକିଆ ଓ ବିଛଣାରେ ଶୋଇବା ବା ବସିବା !
୧୩- ଅନ୍ୟ ବ୍ୟବହୃତ କମ୍ବଳ, ଚାଦର ଘୋଡାଇ ହେବା !
୧୪- ବାହାରୁ ଆସି ସେଇ ପୋଷାକରେ ଘରେ ପ୍ରବେଶ କରି ସବୁ ଆଡେ ଚଳିବା !
୧୫- ନିଜ ବ୍ୟବହାର ବାସନ ଓ ଗ୍ଲାସରେ ଅନ୍ୟକୁ ଖାଇବାକୁ ପିଇବାକୁ ଦେବା !
୧୬- ବର୍ଣ୍ଣାଶ୍ରମ ନମାନି ଯେକୌଣସି ବ୍ୟକ୍ତି ନିକଟରୁ ଖାଇବା !
୧୭- ଆମିଷ ଛଣା ତେଲରେ ନିରାମିଷ ଖାଦ୍ୟ ଛାଣି ଖାଇବା !
୧୮- ବାରମ୍ବାର ହାତ ବୁଡାଉଥିବା ଦହିବରା ଓ ଗୁପଚୁପ୍ ଖାଇବା !
୧୯- ରାସ୍ତାକଡ଼ ଠେଲାରୁ ଖାଦ୍ୟ ଖାଇବା !
୨୦-ରୋଷେଇ ସମୟରେ ବାରମ୍ବାର କଥା କହି ବା ମୋବାଇଲରେ କଥା ହୋଇ ରାନ୍ଧିଲେ ଅନେକ ସମୟରେ ରନ୍ଧା ଦ୍ରବ୍ୟରେ ପାଟି ଭିତରର ଛେପ ପଡେ, ସେଭଳି ଖାଦ୍ୟ ଖାଇବା !
୨୧- ଥଣ୍ଡା, ଶର୍ଦ୍ଦି, କାଶ, ଛିଙ୍କ, ଜ୍ବର ହେଉଥିବା ବ୍ୟକ୍ତିଙ୍କ ଦ୍ବାରା ରନ୍ଧାଇ ଖାଇବା !
୨୨- ବାହାରୁ ସର୍ବତ ପିଇବା, ଆଇସକ୍ରିମ୍ ଖାଇବା !
୨୩- ଯେକୌଣସି ଭୋଜିରେ ନିର୍ବିଚାରରେ ଖାଇନେବା !
୨୪- ହୋଟେଲରୁ ଆଣି ରୋଟି ତରକାରୀ ଖାଇବା !
୨୫- ଠାକୁର ଭୋଗ ବିତରଣ ସମୟରେ ଚାମଚକୁ ହାତରେ ଲଗାଇ ଅନେକେ ବିତରଣ କରନ୍ତି, ତାକୁ ପ୍ରସାଦ ମନେକରି ଖାଇନେବା ।
୨୬- ଟଙ୍କାପଇସା ସ୍ପର୍ଶ କରି ଇଷ୍ଟଭୃତି ନିବେଦନ କରି ହାତ ନ ଧୋଇ ଖାଇ ନେବା !
୨୭- ପିଲାଛୁଆଙ୍କୁ ପାଟି ଲଗାଇ ଚୁମ୍ବନ ଦେବା !
୨୮- କୁକୁରକୁ କୋଳରେ ଧରିବା , ଖଟରେ ଗଦିରେ ଶୁଆଇବା, କାରରେ ବସାଇ ବୁଲାଇବା !
୨୯-ବିଲେଇକୁ ନିଜ ପାଖରେ ବସାଇ ଖୁଆଇବା ବା କୋଳରେ ଧରି ବସି ଖାଇବା !
୩୦- ଫ୍ରିଜରେ ରଖି ବାସି ଖାଦ୍ୟ ଖାଇବା !

            ଏଇ ସମସ୍ତ ଅସଦାଚାର । ଏହା ଦ୍ବାରା ଆମ ଶରୀର ଅସୁସ୍ଥ ହୁଏ । ଏପରି କରିବା ଅନୁଚିତ ।
          ଏଥିପ୍ରତି ବର୍ତ୍ତମାନ ପରିସ୍ଥିତିରେ ସାବଧାନ ରହିଲେ ହିଁ ସଦାଚାର ପାଳି ରହିବା ହେବ ।

Post a Comment

0 Comments